Jump to content

ଅଂଶୁମାନ ମିଶ୍ର

ଉଇକିପିଡ଼ିଆ‌ରୁ
ଅଂଶୁମାନ ମିଶ୍ର
ଜନ୍ମ (1978-10-04) ୪ ଅକ୍ଟୋବର ୧୯୭୮ (ବୟସ ୪୮)
କଟକ, ଓଡ଼ିଶା
ପେଷାsଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ, ସାଂସ୍କୃତିକ ସଂଗଠକ
ଜଣାଶୁଣାଓଡ଼ିଶୀ ନୃତ୍ୟ, ନୃତ୍ୟ ରଚନା ଓ ଶିକ୍ଷାଦାନ

ଅଂଶୁମାନ ମିଶ୍ର ଜଣେ ଭାରତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ ଓ ସାଂସ୍କୃତିକ ସଂଗଠକ। ସେ ଓଡ଼ିଶାର କଟକର ବାସିନ୍ଦା ଏବଂ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ରଙ୍କ ନିକଟରୁ ଗ୍ରହଣ କରିଛନ୍ତି। ପେସାରେ ସେ ଜଣେ ସ୍ଥାପତ୍ୟଶିଳ୍ପୀ ।[୧]

ନୃତ୍ୟଜୀବନ

[ସମ୍ପାଦନା]

ଅଂଶୁମାନ ମିଶ୍ର ପିଲାବେଳୁ ଓଡ଼ିଶୀ ନୃତ୍ୟ ସହିତ ଜଡ଼଼ିତ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଶିଷ୍ୟ ଭାବେ ସେ ନିଜର ନୃତ୍ୟଜୀବନ ଗଢ଼ିଛନ୍ତି। ୨୦୧୩ ମସିହାର ଚତୁର୍ଥ ଓଡ଼ିଶୀ ଇଣ୍ଟରନ୍ୟାସନାଲ୍ ଉତ୍ସବରେ ସେ ନୃତ୍ୟ ପରିବେଷଣ କରିଥିଲେ। ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନୁଷ୍ଠାନ ସୃଜନ ସହିତ ସମ୍ପୃକ୍ତ ଏବଂ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରମ୍ପରାରେ ପ୍ରଶିକ୍ଷିତ ରତିକାନ୍ତ ମହାପାତ୍ରଙ୍କ ନିକଟରୁ ଶିକ୍ଷା ଗ୍ରହଣ କରିଛନ୍ତି।[୨] ୨୦୧୪ ମସିହାର ଇଣ୍ଟରନ୍ୟାସନାଲ୍ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲ୍‌ର କାର୍ଯ୍ୟକ୍ରମରେ ସେ ଏକକ ନୃତ୍ୟଶିଳ୍ପୀ ଭାବରେ ନୃତ୍ୟ ପରିବେଷଣ କରିଥିଲେ।[୩]

ଗବେଷଣା

[ସମ୍ପାଦନା]

ଅଂଶୁମାନ ମିଶ୍ରଙ୍କ ଆଗ୍ରହ କେବଳ ମଞ୍ଚ ପରିବେଷଣରେ ସୀମିତ ନ ରହି ଓଡ଼ିଶୀ ନୃତ୍ୟର ଗବେଷଣା ଓ ତାତ୍ତ୍ୱିକ ପକ୍ଷ ପର୍ଯ୍ୟନ୍ତ ବ୍ୟାପିଛି। ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ୨୦୧୭–୧୮ ଫେଲୋଶିପ ଲାଭ କରିଛନ୍ତି ।[୪] ସେହି ଫେଲୋଶିପ୍ ସମ୍ବନ୍ଧୀୟ CCRT ତାଲିକାରେ ତାଙ୍କ ଗବେଷଣା ବିଷୟ “Influence Of Diversity In Iconography Of Indian Gods And Goddesses On Odissi Dance Postures In An Odissi Composition: An Interface Between Art, Sculpture & Dance As Interpreted Through The Composer” ଭାବେ ଉଲ୍ଲେଖ କରାଯାଇଛି। ଓଡ଼ିଶୀ ନୃତ୍ୟର ଭଙ୍ଗୀ, ଭାରତୀୟ ଦେବଦେବୀଙ୍କ ମୂର୍ତ୍ତିକଳା ଓ ନୃତ୍ୟରଚନା ମଧ୍ୟରେ ସମ୍ପର୍କ ଉପରେ ତାଙ୍କ ଗବେଷଣା ରହିଛି ।[୫]

ନୃତ୍ୟଶିକ୍ଷା ଓ ନୃତ୍ୟରଚନା

[ସମ୍ପାଦନା]

ପରବର୍ତ୍ତୀ ସମୟରେ ଅଂଶୁମାନ ମିଶ୍ର ନୃତ୍ୟଶିକ୍ଷା, ନୃତ୍ୟରଚନା ଓ ସାଂସ୍କୃତିକ ସଂଗଠନ ପରିଚାଳନା ସହିତ ସମ୍ପୃକ୍ତ ହୋଇଛନ୍ତି। ସେ ପ୍ରଦକ୍ଷିଣା ସ୍କୁଲ୍ ଅଫ୍ ଓଡ଼ିଶୀ ଡ୍ୟାନ୍ସ ଅନୁଷ୍ଠାନ ପ୍ରତିଷ୍ଠା କରି ଓଡ଼ିଶୀ ନୃତ୍ୟଶିକ୍ଷା ଦେଉଛନ୍ତି । ୨୦୨୫ ମସିହାରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ତାଙ୍କ ଛାତ୍ରୀମାନେ ତାଙ୍କ ନୃତ୍ୟରଚନାରେ ‘ଗଜାନନ ସ୍ତୁତି’ ଏବଂ ‘ଅଭିନୟ ସଙ୍ଗିନୀ ରେ ଚାହାଁ’ ପରିବେଷଣ କରିଥିଲେ ।[୬]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. ↑ "Review - National Festival of Odissi Dance and Music - Rahul Acharya & Sangita Gosain". Narthaki. Retrieved 21 September 2026.
  2. ↑ "Stars shine on dance stage - Young and veteran win applause at Odissi International". The Telegraph India. 23 December 2013. Retrieved 21 September 2026.
  3. ↑ "International Odissi Dance Festival 2014 – Programme". Retrieved 21 September 2026.
  4. ↑ "Declaration of the result of Fellowship for the batch 2017-18" (PDF). Ministry of Culture, Government of India. Archived from the original (PDF) on 27 June 2025. Retrieved 21 September 2026.
  5. ↑ "List of Selected Candidates and their Research Papers for the Year 2017-2018" (PDF). Centre for Cultural Resources and Training. Retrieved 21 September 2026.
  6. ↑ "Pradakshina Organized 6th Annual Festival 2025 (An Evening Of Odissi Dance) Showcased The Spirit Of Odissi Dance". Odisha Diary. 20 July 2025. Retrieved 21 September 2026.